ଉଦ୍‌ଘାଟନ ନ ହେଉଣୁ ଭୁଷୁଡ଼ିଲା ବ୍ରିଜ୍‌, ୨୦ରୁ ଅଧିକ ଆହତ

ମେକ୍ସିକୋ,୯।୬: ମେକ୍ସିକୋରେ ସହରର ମେୟର ଗୁରୁବାର ଏକ ବ୍ରିଜ୍‌ ଉଦ୍‌ଘାଟନ କରୁଥିବା ବେଳେ ଏହା ଭୁଷୁଡି ପଡିଛି। ଫଳରେ ତାଙ୍କୁ ମିଶାଇ ୨୦ରୁ ଅଧିକ ଲୋକ ନଦୀ ଭିତରକୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାଠ ବୋର୍ଡ ଏବଂ ଧାତୁରେ ଏହି ବ୍ରଜକୁ ନିର୍ମାଣ କରାଯାଇଥିଲା। ହେଲେ ଉଦ୍‌ଘାଟନ ପୂର୍ବରୁ କିଛି ଲୋକ ଏହା ଉପରେ ଡେଇଁ ପଡିଥିଲେ। ଫଳରେ ବ୍ରିଜ୍‌ଟି ଭାରସାମ୍ୟ ହରାଇ ଭୁଷୁଡ଼ି ପଡିଥିବା ସୂଚନା ମିଳିଛି। ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Share