Categories: ଜାତୀୟ

ବ୍ରିଜ୍‌ଭୂଷଣଙ୍କ ବିରୋଧରେ ସମନ ଜାରି କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ,୭।୭: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ଦିଲ୍ଲୀ କୋର୍ଟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂ ଏବଂ ବିନୋଦ ତୋମାରଙ୍କୁ ଡକାଇଛନ୍ତି। ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ନାବାଳିକା କୁସ୍ତି ଖେଳାଳିଙ୍କ ନାମରେ ଦାଖଲ ହୋଇଥିବା ଚାର୍ଜଶିଟ ଉପରେ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
ଶୁକ୍ରବାର ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ କୋର୍ଟ ସମନ ଜାରି କରିିଛନ୍ତି। ଅଭିଯୁକ୍ତ ବ୍ରିଜ୍‌ଭୂଷଣ ଏବଂ ବିନୋଦ ତୋମାରଙ୍କୁ ଜୁଲାଇ ୧୮ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share