ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା ରେସଲର ଯୌନ ଶୋଷଣ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କ୍ୟାନସିଲେଶନ ରିପୋର୍ଟ ଦାଖଲ କରାଯାଇଛି। ଶୁଣାଣିର ପରବର୍ତ୍ତି ତାରିଖ ୪ ଜୁଲାଇ ରଖାଯାଇଛି। ରଦ୍ଦ କରିବାର ରିପୋର୍ଟ ସେହି ମାମଲାରେ ଦାୟର କରାଯାଇଥାଏ ଯାହାର କୌଣସି ସାକ୍ଷୀ ମିଳି ନ ଥାଏ।

Share