Categories: ଜାତୀୟ

ବ୍ରିଜ୍‌ଭୂଷଣଙ୍କ ମାମଲାରେ ଦାଖଲ ହୋଇଥିବା ଚାର୍ଜଶିଟ ଉପରେ ଜୁନ ୨୭ରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୬: କୁସ୍ତିଯୋଦ୍ଧାମାନେ ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ମହିଳା କୁସ୍ତିଯୋଦ୍ଧା ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଅନ୍ୟାନ୍ୟ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ୧୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା, ଯାହା ଜୁନ ୨୭ ଅପରାହ୍ନ ୨ଟାରେ ରୋଜ୍‌ ଏଭେନ୍ୟୁ କୋର୍ଟରେ ଏହି ଚାର୍ଜଶିଟ ଉପରେ ଶୁଣାଣି ହେବ।

Share