Categories: ଖେଳ

ମେ’ ୭ ତାରିଖରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ

ଗୋଣ୍ଡା,୧୭।୪: ଭାରତୀୟ ଭାରୋତ୍ତୋଳନ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ମେ’ ୭ ତାରିଖରେ ହେବ। ସେକ୍ରେଟାରି ଜେନେରାଲ ଭିଏନ୍‌ ପ୍ରସୁଦ ଡବ୍ଲ୍ୟୁଏଫ୍‌ଆଇର ସାଧାରଣ ପରିଷଦ ଓ କାର୍ଯ୍ୟନିର୍ବାହୀ କମିଟି ବୈଠକ ପରେ ଏହି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଅନ୍ୟପକ୍ଷେ ଏଥର ସଭାପତି ପଦବୀ ପାଇଁ ବ୍ରିଜ ଭୂଷଣ ଶରନ ସିଂ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ ତାଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ସେ କହିଛନ୍ତି।

ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଏନେଇ ସରକାରୀଙ୍କ ପକ୍ଷରୁ ତଦନ୍ତ କରାଯାଉଛି। ଏପରି କି ସେ ପ୍ୟାନେଲ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ବ୍ରିଜ ଭୂଷଣ କ୍ରମାଗତ ତୃତୀୟ ଥର ୪ ବର୍ଷିଆ କାର୍ଯ୍ୟକାଳ ଶେଷ କରିଛନ୍ତି। କ୍ରୀଡ଼ା ଆଚରଣ ବିଧି ଅନୁସାରେ ୧୨ ବର୍ଷ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ରହିବା ପରେ ଏହି ପଦବୀ ପାଇଁ ଆଉ ସେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

Share