Categories: ଖେଳ

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ, ୨୮ା୧୨(ପି.ଟି.): ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ)ର ଧ୍ରୁବ ସିଟ୍‌ଓ୍ବାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଜିତିଛନ୍ତି। ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲରେ ଯଥାକ୍ରମେ କର୍ନାଟକର ବି. ଭାସ୍କର ଏବଂ ବିଶ୍ୱ ୬ରେଡ୍‌ ଚାମ୍ପିୟନ ଏସ୍‌. ଶଶିକିରଣଙ୍କୁ ପରାସ୍ତ କରିଥିଲେ। ବ୍ରିଜେଶ ଇତିମଧ୍ୟରେ ୬ ଅନ୍ତର୍ଜାତୀୟ ପଦକ ଜିତିସାରିଛନ୍ତି। ତନ୍ମଧ୍ୟରେ ୨୦୧୦ ଗୁଆଙ୍ଗଝୋ ଏସିଆନ ଗେମ୍ସରେ ଏକ ରୌପ୍ୟ ପଦକ ସାମିଲ ଥିଲା।

Share