Posted inଖେଳ

ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡ ୨୫୯ ରନ୍‌ରେ ଅଲଆଉଟ

ପୁଣେ,୨୪ା୧୦(ପି.ଟି.): ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୨୫୯ ରନ୍‌ରେ ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧ ଉଇକେଟରେ ୧୬ ରନ୍‌ ସ୍କୋର କରିଛି। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଚମତ୍କାର ବୋଲିଂ କରି ୭ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚ୍‌ରେ ଲୋକେଶ ରାହୁଲ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ଶୁବମାନ ଗିଲ୍‌, ଓ୍ବାଶିଂଟନ୍‌ ସୁନ୍ଦର ଓ ଆକାଶ ଦୀପ୍‌ଙ୍କୁ ଖେଳାଇଥିଲା। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ମ୍ୟାଟ୍‌ ହେନରୀଙ୍କ ସ୍ଥାନରେ ମିଚେଲ ସାଣ୍ଟନରଙ୍କୁ ଖେଳାଇଥିଲା। ପୁଣେର ସ୍ପିନିଙ୍ଗ ଟ୍ରାକରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।
ଯଶପ୍ରୀତ୍‌ ବୁମ୍‌ରା ଓ ଆକାଶ ଦୀପ ମାତ୍ର ୧୪ ଓଭର ବୋଲିଂ କରି ଉଇକେଟ ଶୂନ୍ୟ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ଓପନର ଟମ୍‌ ଲାଥାମ୍‌(୧୫) ଓ ଡେଭନ୍‌ କନ୍‌ଓ୍ବେ(୭୬) ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ୩୨ ରନ୍‌ ଯୋଡିଥିଲେ। ଲାଥାମଙ୍କୁ ଲେଗ୍‌ ବିଫୋର କରି ଅଶ୍ୱିନ ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ପରେ ଓ୍ବିଲ ୟଙ୍ଗ(୧୮) କ୍ରିଜରେ ଯୋଗ ଦେଇ କନ୍‌ଓ୍ବେଙ୍କ ସହ ୪୪ ରନ୍‌ ଯୋଡିଥିଲେ। ୟଙ୍ଗଙ୍କୁ ଆଉଟ କରି ଅଶ୍ୱିନ ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍‌ର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରାଚିନ ରବୀନ୍ଦ୍ର ବ୍ୟାଟିଂ କରିବାକୁ ଆସି କନ୍‌ଓ୍ବେଙ୍କ ସହ ୬୨ ରନ୍‌ ଯୋଡିଥିଲେ। ୧୪୧ ବଲ୍‌ ଖେଳି କନ୍‌ଓ୍ବେ ୧୧ ଚୌକା ସହ ୭୬ ରନ୍‌ କରିଥିବା ବେଳେ ଅଶ୍ୱିନଙ୍କ ତୃତୀୟ ଶିକାର ହୋଇଥିଲେ। ରବୀନ୍ଦ୍ର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୬୫ ରନ୍‌ କରି ଚତୁର୍ଥ ଖେଳାଳି ଭାବେ ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ସେ ୧୦୫ ବଲ୍‌ ଖେଳି ୫ ଚୌକା ଓ ୧ଛକା ମାରି ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏକଦା ୧୯୭/୩ ଥିବା ନ୍ୟୁଜିଲାଣ୍ଡ ଏହାର ଅନ୍ତିମ ୭ ଉଇକେଟ ୬୨ ରନ୍‌ ମଧ୍ୟରେ ହରାଇଥିଲା। ସମସ୍ତ ୭ ଉଇକେଟ ଅକ୍ତିଆର କରିବା ସହ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ସୁନ୍ଦରଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିଲେ।
ଦିନର ୧୧ ଓଭର ଖେଳ ବାକି ରହିଥିବା ବେଳେ ଭାରତ ଷ୍ଟମ୍ପ ଅପସାରଣ ବେଳକୁ ୧ ଉଇକେଟ ହରାଇ ୧୬ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ଆଗରୁ ଟିମ୍‌ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ। ଷ୍ଟମ୍ପସ ବେଳକୁ ଶୁବମାନ ଗିଲ୍‌ ୧୦ ଓ ଯଶସ୍ବୀ ଜୟସ୍ବାଲ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ହାତରେ ୯ ଉଇକେଟ ବାକି ରହିଥିବା ବେଳେ ଭାରତ ୨୪୩ ରନ୍‌ ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଜିମ୍ବାଓ୍ବେ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦:ଜିମ୍ବାୱେ ଗାମ୍ବିଆ ବିପକ୍ଷରେ ଇତିହାସ ସୃଷ୍ଟି କରିଛି। ଗାମ୍ବିଆ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେ ସର୍ବାଧିକ ସ୍କୋରର ରେକର୍ଡ ସୃଷ୍ଟି କରିଛି। ଜିମ୍ବାୱେ ୨୦...

ମାତ୍ର ୨୯ ବର୍ଷ ବୟସରେ ଅବସର ନେଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ୧୬ ବର୍ଷ ଲମ୍ବା କ୍ୟାରିୟରର...

ଇତିହାସ ରଚିଲେ ଅଶ୍ୱିନ, ମାତ୍ର ୩୯ ମ୍ୟାଚ୍‌ରେ ହେଲେ ‘ନମ୍ବର ୧’…

ପୁଣେ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ...

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା...

IND vs NZ: ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ପୁଣେ,୨୪।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯାଉଛି। ଗୁରୁବାର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଟସ୍‌ ନ୍ୟୁଜିଲାଣ୍ଡ ଜିତି ପ୍ରଥମେ ବ୍ୟାଟିଂ...

୨୦ ଓଭରରେ ୩୪୪ ରନ୍‌ କରି ବିଶ୍ୱ ରେକର୍ଡ କଲା ଏହି ଟିମ୍‌

ନୂଆଦିଲ୍ଲୀ,୨୩।୧୦: ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ସ୍କୋରର ନୂଆ ରେକର୍ଡ କରିଛି ଜିମ୍ବାଓ୍ବେ। ସିକନ୍ଦର ରାଜାଙ୍କ ଅଧିନାୟକତ୍ୱରେ ଦଳ ଗାମ୍ବିଆ ବିପକ୍ଷ ଟି୨୦...

କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍‌ସିବିରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୨୩।୧୦: ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ...

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri