ବରୀ,୧।୫(ଡି.ଏନ୍.ଏ): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ବିଭୁତି ଭୂଷଣ ଜେନାଙ୍କର ୟୁଏଇରେ ମୃତ୍ୟୁ ଘଟିଛି। ବିଭୁତିଙ୍କ ମୃତଦେହକୁ ଜନ୍ମଭୂମିକୁ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏନେଇ ଖବର ପାଇବା ପରେ ରବିବାର ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱ ରଞ୍ଜନ ମଲ୍ଲିକ, ଅଶୋକ କୁମାର ଗେଡି ଓ ଜିଲା ପରିଷଦ ସଭ୍ୟ ଦିଲୀପ କୁମାର ମହାନ୍ତି ବିଭୁତିଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବିଭୁତିଙ୍କ ମୃତଦେହ କିଭଳି ଓଡିଶାକୁ ଫେରିିବ ସେନେଇ ସେମାନେ ଯାଜପୁର ଜିଲାପାଳଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।