ଇସଲାମାବାଦ,୯ା୧୨: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ଡକାଇଛି। ଏନ୍ଏବି ରାଓ୍ବଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି। ତୋସାଖାନା ମାମଲାରେ ତାଙ୍କ ସହ ସୁନା ହାର, ହୀରା ମୁଦି ଏବଂ ବ୍ରେସଲେଟ୍ ଆଣିବାକୁ ବୁଶ୍ରାଙ୍କୁ ମଧ୍ୟ କହିଛନ୍ତି।
ଜାତୀୟ କ୍ରାଇମ ଏଜେନ୍ସି (ଏନ୍ସିଏ)ର ୧୯୦ ମିଲିୟନ ସ୍କାମ୍ରେ ଇମ୍ରାନ ଏବଂବୁଶ୍ରାଙ୍କ ଇସିଏଲ୍ରେ ଉଲ୍ଲେଖ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଏନ୍ଏବିର ସୁପାରିସରେ ତାଙ୍କ ନାମ ଇସିଏଲ୍ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବୁଶ୍ରାଙ୍କ ନିକଟରେ କାନଫୁଲ, ଦୁଇଟି ମୁଦି, ଏକ ଚେନ୍ ଏବଂ ବ୍ରେସଲେଟ ଥିବା ଅଭିଯୋଗ ହୋଇଛି, ଯାହା ତୋସାଖାନାର ଉପହାର ଥିଲା। ଏହା ବ୍ୟତୀତ ସେ ସୁନା ଏବଂ ହୀରା ମୁଦି, ସୁନା ହାର, କାନଫୁଲ ଏବଂ ବ୍ରେସ୍ଲେଟ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି।