ହିନ୍ଦୁ-ଶିଖ ସମ୍ପ୍ରଦାୟଙ୍କୁ ଅସ୍ଥିି ବିସର୍ଜନ ପାଇଁ ମିଳିଲା ନୂଆ ସ୍ଥାନ

ଲଣ୍ଡନ,୩ ।୮: ବ୍ରିଟେନର ୱେଲସରେ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ସେମାନଙ୍କ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରିବାକୁ ନୂଆ ସ୍ଥାନ ମିଳିଛି । ବର୍ଷ ବର୍ଷ ଅପେକ୍ଷା ପରେ ଟ୍ୟାଫ ନଦୀ କୂଳରେ ଏବେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି । ଡିସେମ୍ବର ୨୦୧୬ରେ ଗଢିଉଠିଥିବା ଅନ୍ତିମ ସଂସ୍କାର ସମୂହ, ୱେଲସ(ଏଏସ୍‌ଜିଡବ୍ଳୁ) ଏଥିପାଇଁ ଚେଷ୍ଟା ଜାରି ରଖିଥିଲା । ଶେଷରେ ୱେଲସର ରାଜଧାନୀ କାର୍ଡିଫରେ ଗତ ସପ୍ତାହରେ ଏହା ଆରମ୍ଭ ହୋଇଯାଇଛି । ଏଏସ୍‌ଜିଡବ୍ଳୁର ଅଧ୍ୟକ୍ଷ ବିମଳା ପଟେଲ କହିଛନ୍ତି କାର୍ଡିଫ କାଉନସିଲ ଏହି ସ୍ଥାନର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇଛି ଓ ଲୌଡଫ ରୋଇଙ୍ଗକ୍ଲବ ଓ ସାଉଥ୍ ୱେଲସର ହିନ୍ଦୁ ଓ ଶିଖ ସମ୍ପ୍ରଦାୟର ସଦସ୍ୟମାନେ ବି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ବିମଳା ପଟେଲ କହିଛନ୍ତି କିଛି ବର୍ଷର ସଂଘର୍ଷ ପରେ ଏବେ ଅସ୍ଥି ବିସର୍ଜନ ପାଇଁ ସ୍ଥାନ ମିଳିଯାଇଛି । ଅସ୍ଥି ବିସର୍ଜନ ପାଇଁ ଏକ ସ୍ଥାନର ଅଭାବ ଥିବା ୧୯୯୯ ରେ କାର୍ଡିଫ କାଉନସିଲର ପରିଷଦ ଜଶୱନ୍ତ ସିଂ ଉଠାଇଥିଲେ । ପାଖାପାଖି ୨୨ ବର୍ଷ ପରେ ଏବେ ସେହି ସଫଳତା ମିଳିଛି ।

Share