ଡ୍ରଗ୍ସ ଚୋରା ଚାଲାଣ, ଟଙ୍କା ହେରଫେର ମାମଲାରେ ମୂଳ ଭାରତୀୟ ଦୋଷୀ ସାବ୍ୟସ୍ତ, ମିଳିଲା ୯ ବର୍ଷର କରାଦଣ୍ଡ

ଲଣ୍ଡନ,୩୦।୪: ବ୍ରିଟେନର ଏକ କୋର୍ଟ ଡ୍ରଗ୍ସ ଚୋରା ଚାଲାଣ ଓ ମନି ଲଣ୍ଡରିଂ ମାମଲାରେ ଜଣେ ମୂଳ ଭାରତୀୟଙ୍କୁ ୮ ବର୍ଷ ୧୦ ମାସର ସଜା ଶୁଣାଇଛନ୍ତି।
ୟୁକେର ରାଷ୍ଟ୍ରୀୟ ଅପରାଧ ଏଜେନ୍ସି(ଏନସିଏ) କହିଛି ତା’ର ଅଧିକାରୀମାନେ ପ୍ରମାଣ କରିଛନ୍ତି କି ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ସର୍ରେରେ ରହୁଥିବା ୪୫ ବର୍ଷିୟ ରାଜା ସିଂ ଏକ ସଙ୍ଗଠିତ ଅପରାଧ ଗୋଷ୍ଠୀକୁ ପରିଚାଳନା କରୁଥିବା ଓ କ୍ଲାସ ଏ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଓ ବିକିକା ପାଇଁ ୪୧ ବର୍ଷିୟ ବକାସ ଇକବାଲଙ୍କ ସହ କାମ କରୁଥିଲେ।

ଉଭୟ ମିଳିତ ଭାବେ ମନି ଲଣ୍ଡରିଂ ପାଇଁ କାନାଡାକୁ କେଟାମାଇନ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ରାଜିନ୍ଦର ସିଂ ବସ୍ସି ଫେବୃୟାରୀରେ ଗୋଲ୍ଡଫୋର୍ଡ କ୍ରାଉନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯେଉଁଥିରେ କ୍ଲାସ ଏ କୋକେନ, କ୍ଲାସ ବି କେଟାମାଇନ ଓ ମନି ଲଣ୍ଡରିଂ ଭଳି ନିଷେଧ ପଦାର୍ଥର ଚାଲାଣ ଷଡଯନ୍ତ୍ର କରାଯାଇଥିଲା। ଏଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେ ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗକୁ ବି ସ୍ବୀକାର କରିଛନ୍ତି। କଥା ହେଲା ସେ ଏକ ପବ ଫାଇଟରେ ବି ସାମିଲ ଥିଲେ, ଏହି ସମୟରେ ସେ ଜଣେ ପୋଲିସଙ୍କ ଗୋଡରେ ଗୋଇଠା ମାରିଥିଲେ, ଯିଏକି ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ପୋଲିସ କର୍ମୀଙ୍କୁ ଶାରୀରିକ ଆଘାତ ପହଞ୍ଚାଇଥିବାରୁ ତାଙ୍କୁ ୧୬ ମାସର ସଜା ଶୁଣାଇଛନ୍ତି କୋର୍ଟ।

Share