ଭୂତିଆ ଦୁର୍ଗ: ପ୍ରବେଶ କରିବା ମାତ୍ରେ ଓଲଟା ପାଦରେ ଫେରନ୍ତି ଲୋକ

ଇଂଲଣ୍ଡ,୧୮।୧୦: ବ୍ରିଟେନର ଲେକ ଜିଲା ଅନ୍ତର୍ଗତ ରାଭେନଗ୍ଲାସ ନିକଟରେ ରହିଛି ଏକ ଦୁର୍ଗ। ଯାହା ଭୂତିଆ ଦୁର୍ଗ ଭାବରେ ବେଶ ପରିଚିତ । ଏହାକୁ ମୁନକ୍ୟାଷ୍ଟର ଦୁର୍ଗ ବୋଲି ମଧ୍ୟ କୁହାଯାଏ। ଦୁର୍ଗକୁ ନେଇ ଲୋକମାନେ କୁହାକୁହି ହୁଅନ୍ତି ଯେ, ଏହି ଦୁର୍ଗରେ ପ୍ରବେଶ କରିବା ମାତ୍ରେ ସେମାନେ କିଛି ଅଦଭୁତ ଅନୁଭୂତ କରିଥାଆନ୍ତି । ଏହି ଅନୁଭୂତ ସେମାନଙ୍କ ମନରେ ଭୟ ସୃଷ୍ଟି କରିଥାଏ । ସେଥିପାଇଁ ସେହି ଦୁର୍ଗକୁ ଯିବାକୁ ଲୋକମାନେ ଡରିଥାଆନ୍ତି । ଲୋକମାନେ ହାଲୋଏନ ପର୍ବ ସେଲିବ୍ରେଟ କରିବା ପାଇଁ ଏହି ସ୍ଥାନକୁ ବାଛିଥାଆନ୍ତି । କିଛି ଯୁବପିଢି ହାଲୋଏନ ପାର୍ଟି ପାଇଁ ଏହି ଦୁର୍ଗ ପରିଦର୍ଶନ କରନ୍ତି । ଯେତେବେଳେ କେହି ବ୍ୟକ୍ତି ଏହି ଦୁର୍ଗର ଭିତରକୁ ପ୍ରବେଶ କରିବା ପାଇଁ କବାଟ ଖୋଲନ୍ତି ଏହି ସମୟରେ ସେମାନେ ଦୁର୍ଗ ମଧ୍ୟରେ ଭିନ୍ନ ପରିବେଶ ଅନୁଭୂତ କରନ୍ତି । ଏହି ଦୁର୍ଗ ପାରାନୋମାଲ କାର୍ଯ୍ୟକଳାପ (Paranormal activity) ପାଇଁ ବେଶ ଜଣାଶୁଣା। ଟ୍ରିପ ଆଡଭାଇଜରର ଜଣେ ପରିଦର୍ଶକ ଏହି ଦୁର୍ଗର ଭିଡିଓ ପୋଷ୍ଟ କରି ଏହି ସ୍ଥାନକୁ ସବୁଠାରୁ ଭୟଙ୍କର ସ୍ଥାନ ବୋଲି କହିଛନ୍ତି।

ସୂଚନା ଅନୁସାରେ ପେନିଙ୍ଗଟନ ପରିବାର ୧୦୨୦ ଦଶକରୁ ଏହି ଜମିର ମାଲିକ ହୋଇଥିଲେ। ୧୩ତମ ଶତାବ୍ଦୀର ଶେଷ ଭାଗରେ ଏହି ଜାଗାରେ ଏକ ଦୁର୍ଗ ର୍ନିମାଣ କରାଯାଇଥିଲା ଏବଂ ଚତୁର୍ଦ୍ଦଶ ଶତାବ୍ଦୀରେ ଗୋଟେ ଟାୱାର ସହିତ ଏହାର ବିସ୍ତାର କରାଯାଇଥିଲା। ଏହାର ଦୀର୍ଘ ଇତିହାସକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଦୁର୍ଗଟି ଭୟଙ୍କର କାହାଣୀରେ ପରିପୂର୍ଣ୍ଣ।

ଏହି ଦୁର୍ଗରେ ଅନେକ କାହାଣୀ ଲୁଚି ରହିଛି, ତେବେ ସେଥିମଧ୍ୟରୁ ଅନ୍ୟତମ କାହାଣୀ ଥୋମାସ ସ୍କେଲଟନଙ୍କର ରହିଛି। ଯାହାକୁ ଟମ ଦି ଫୁଲ (Tom the Fool) ମଧ୍ୟ କୁହାଯାଏ। ମୁନକ୍ୟାଷ୍ଟର ଦୁର୍ଗରେ ସେ ୧୬ଶ ଶତାବ୍ଦୀର ମଧ୍ୟଭାଗରେ ଖେଳ ଏବଂ କୌତିକ ଦେଖାଇବା କାର୍ଯ୍ୟରେ ନିୟୋଜନ ହୋଇଥିଲେ। କୁହାଯାଏ ଯେ ତାଙ୍କ ଆତ୍ମା ଦୁର୍ଗରେ ବୁଲୁଛି ଏବଂ ଏହାକୁ ଦେଖୁଥିବା ଲୋକଙ୍କୁ ଅସୁବିଧାରେ ପକାଇଥାଏ।

Share