କାହାକୁ ବି ଭୋଟ ଦିଅନ୍ତୁ ହେଲେ ଋଷି ସୁନକଙ୍କୁ ନୁହେଁ: ଜନସନ

ଲଣ୍ଡନ,୧୬ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡର ସବୁଠାରୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଇତିମଧ୍ୟରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ବିରୋଧରେ କହିବା ଆରମ୍ଭ କରିଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଜନସନ ଶୁକ୍ରବାର ତାଙ୍କ ସହଯୋଗୀଙ୍କୁ କହିଛନ୍ତି କାହାର ବି ସମର୍ଥନ କରନ୍ତୁ ହେଲେ ସୁନକଙ୍କୁ ନୁହେଁ । ଶାସକ କଂଜରଭେଟିଭ ଦଳର ଜନସନ ୭ ଜୁଲାଇରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ତାଙ୍କ ସ୍ଥାନରେ ନେତା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ।
ସୂଚନାଯୋଗ୍ୟ, ଦୁଇ ରାଉଣ୍ଡ ଭୋଟିଂରେ ସୁନକ ଆଗରେ ରହିଛନ୍ତି । ଗୁରୁବାର ଦ୍ୱିତୀୟ ରାଉଣ୍ଡ ଭୋଟିଂରେ ସେ ସବୁଠାରୁ ଅଧିକ ୧୦୧ ଭୋଟ ପାଇଥିଲେ । ତାଙ୍କ ସହ ଆଉ ୪ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସ୍‌ରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଭୋଟିଂର ଭାରତୀୟ ମୂଳ ବାସିନ୍ଦା ଏଟର୍ନି ଜେନରାଲ ସୁଏଲା ବ୍ରେବମ୍ୟାନ ସବୁଠାରୁ କମ୍ ୨୭ଟି ଭୋଟ ପାଇବା ସହ ପ୍ରଧାନମନ୍ତ୍ରୀ ଦୌଡରୁ ବାହାରି ଯାଇଛନ୍ତି ।

Share