ବ୍ରିଟେନ ମହାରାଣୀଙ୍କୁ ଇସ୍ତଫା ପତ୍ର ଦେବେ ବୋରିସ ଜନସନ, ଲିଜ ଟ୍ରସ୍ ନେବେ ଶପଥ

ଲଣ୍ଡନ,୬ ।୯: ଶାସକ କଂଜରଭେଟିଭ ପାର୍ଟିର ନେତା ପଦର ଦୌଡରେ ମନ୍ତ୍ରୀ ଲିଜ ଟ୍ରସ୍ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭରୀତୀୟ ମୂଳ ବାସନ୍ଦା ଋଷି ସୁନକଙ୍କୁ କଡା ମୁକାବିଲାରେ ହରାଇଛନ୍ତି । ଏବେ ଲିଜ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ତାଙ୍କ ସାମ୍ନାରେ ଦରଦାମ ବୃଦ୍ଧି, ଉଦ୍ଦ୍ୟୋଗିକ ଅଶାନ୍ତି ଓ ଦେଶରେ ଆର୍ଥିକ ସଙ୍କଟର ଆଶଙ୍କାକୁ ସାମ୍ନା କରିବା ଭଳି ଚ୍ୟାଲେଞ୍ଜ ରହିବ ।
ଲିଜ ଟ୍ରସ ବିଜୟୀ ଘୋଷଣା ହେବାପରେ ଶାସନ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିଛି ସ୍କ୍ୟାଣ୍ଡେଲରେ ଫସି ଜୁଲାଇରେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଙ୍ଗଳବାର ସ୍କଟଲ୍ୟାଣ୍ଡ ଯାଇ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଔପଚାରିକ ଭାବେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ । ଟ୍ରସ୍ ବି ତାଙ୍କ ସହ ରହିବେ । ମହାରାଣୀ ତାଙ୍କୁ ସରକାର ଗଠନ ପାଇଁ ଶପଥ ଦେବେ । ୭ ସେପ୍ଟେମ୍ବରରେ ସେ ହାଉସ ଅଫ୍ କମନ୍ସକୁ ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଯିବେ ।

Share