ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ଶେଷ ଶିଖ ସୈନିକଙ୍କୁ ସମ୍ମାନିତ କଲେ ଋଷି ସୁନକ

ଓ୍ବାଶିଂଟନ, ୨୯।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ୧୦୧ ବର୍ଷୀୟ ଭାରତୀୟ ମୂଳ ପୂର୍ବତନ ସୈନିକଙ୍କୁ ପଏଣ୍ଟ୍ସ ଅଫ ଲାଇଟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସୈନିକ ରାଜୀନ୍ଦର ସିଂ ଦତ୍ତ ହେଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା ଶେଷ ଜିବନ୍ତ ଶିଖ ସୈନିକ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ସରକାରୀ ବାସଭବନ ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଆୟୋଜିତ ବ୍ରିଟେନ-ଭାରତ ସପ୍ତାହରେ ରାଜନ୍ଦର ସିଂ ଦତ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

Share