ମୋଦିଙ୍କ ଟୁଇଟ୍‌ର ଉତ୍ତର ଦେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ । କିଛି ଗୁରୂତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଏହାପରେ ମୋଦି ଟୁଇଟ କରି କହିଥିଲେ ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥା ହୋଇ ଖୁସି ଲାଗିଲା । ନୂଆ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାକୁ ନେଇ ଶୁଭେଚ୍ଛା ଜଣାଇଲି । ଆମେ ଆମର ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ମଜଭୁତ କରିବାକୁ ଯାଉଛୁ । ଆମେ ସନ୍ତୁଳିତ ବ୍ୟାପର ଚୁକ୍ତି(ଏଫଟିଏ)ର ତୁରନ୍ତ ନିଷ୍କର୍ଷର ମହତ୍ୱ ଉପରେ ରାଜି ହୋଇଛୁ ।
ଏବେ ମୋଦିଙ୍କ ଏହି ଟୁଇଟ୍‌ର ଉତ୍ତର ରଖିଛନ୍ତି ସୁନକ । ସେ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବ୍ରିଟେନ ଓ ଭାରତ ମଧ୍ୟରେ ବହୁତ କିଛି ରହିଛି । ମୁଁ ଏହାକୁ ନେଇ ଉତ୍ସାହିତ ରହିଛି । ଆମର ଦୁଇ ମହାନ ଲୋକତନ୍ତ୍ର ଆଗାମୀ ଦିନ ଓ ବର୍ଷରେ ନିଜର ସୁରକ୍ଷା, ପ୍ରତିରକ୍ଷା ଓ ଆର୍ଥିକ ଭାଗିଦାରୀକୁ ମଜଭୁତ କରିବାକୁ ଯାଉଛୁ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ଋଷି ସୁନକଙ୍କ ଘର ଏବେ ୧୦ ଡାଉନିଂଗ ଷ୍ଟ୍ରିଟ ହେବ । ସୁନକଙ୍କ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ସେ ଏବେ ବେଶ ଖୁସି ଅଛନ୍ତି । ୧୦ ଡାଉନିଂଗ ଷ୍ଟ୍ରିଟ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ଭାବେ ପରିଚିତ । ଏଠାରେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବାସଗୃହ ସହ କାର୍ଯ୍ୟାଳୟ ବି ରହିଛି । ଏଠାରେ ବିଶ୍ୱ ନେତାଙ୍କଠାରୁ ଆରମ୍ଭ କରି ରାଜପରିବାରର ଅତିଥିଙ୍କର ମଧ୍ୟ ସ୍ୱାଗତ ସତ୍କାର କରାଯାଇଥାଏ ।

Share