Advertisement

ବ୍ରିଟେନ ରାଣୀ କାମିଲା ଦ୍ୱିତୀୟ ଥର କରୋନା ପଜିଟିଭ୍‌

ଲଣ୍ଡନ,୧୪।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ ରାଣୀ କନସର୍ଟ କାମିଲା ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାମିଲା ବର୍ତ୍ତମାନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଥଣ୍ଡା ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଯିବା ପରେ ପରେ ତାଙ୍କର ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେ କୋଭିଡ ପଜିଟିଭ ବୋଲି ଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଗତ ବର୍ଷ ୨୦୨୨ରେ କାମିଲା କରୋନାରେ ସଂକ୍ରମିତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel