ରୁଷିଆ ଆକ୍ରମଣ ଭୟରେ ନାଟୋ ଆହ୍ବାନକୁ ଖାରଜ କଲା ବ୍ରିଟେନ୍‌…

ଲଣ୍ଡନ,୧।୩ : ରୁଷିଆର ଆକ୍ରମଣ ଭୟରେ ବ୍ରିଟେନ୍‌ ନାଟୋର ଆହ୍ବାନକୁ ଖାରଜ କରିଛି। ନାଟୋ କଥାରେ ରାଜି ହେଲେ କାଳେ ରୁଷିଆ ଅକ୍ରମଣ କରିବ। ଏହି ଭୟରେ ବ୍ରିଟେନ୍‌ ନାଟୋର କଥାକୁ ଅଣଦେଖା କରିଛି। ବିମାନ ଉଡ଼ାଣ ପ୍ରତିବନ୍ଧକ କ୍ଷେତ୍ର ଘୋଷଣା କରିବାକୁ ନାଟୋ ପକ୍ଷରୁ ବ୍ରିଟେନ୍‌କୁ କୁହାଯାଇଥିଲା।

ତେବେ ବ୍ରିଟେନ୍‌ କହିଛି ଯେ, ଏଭଳି କରିବା ଦ୍ୱାରା ରୁଷିଆ ସୈନ୍ୟଙ୍କ ସହିତ ସିଧାସଳଖ ଯୁଦ୍ଧ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।

କାରଣ ଏଭଳି ନୀତି ଗ୍ରହଣ କରିବା ଦ୍ୱାରା ବିମାନ ଉଡ଼ାଣ ପ୍ରତିବନ୍ଧକ କ୍ଷେତ୍ରରେ ପ୍ରବେଶ କରୁଥିବା ରୁଷିଆ ବିମାନକୁ ଗୁଳି କରିବାକୁ ପଡ଼ିବ ବୋଲି ବିଟ୍ରେନ୍‌ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ ସ୍କାଏ ନ୍ୟୁଜ୍‌କୁ ଏକ ସାକ୍ଷାତ୍‌କାର ଦେଇ ମଙ୍ଗଳବାର ଏସମ୍ପର୍କରେ କହିଛନ୍ତି।

ଏହା ଦ୍ୱାରା ଯୁଦ୍ଧ ସ୍ଥିତି ଅଧିକ ସଙ୍କଟ ଜନକ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।

Share