ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ

ଲଣ୍ଡନ,୨୧।୯: ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେିଭର୍ଲି ସୁରକ୍ଷା ପରିଷଦର ସୁଧାର ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହାକୁ ବିସ୍ତାର କରିବା ପାଇଁ ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରାଯିବା ଉଚିତ୍‌। ଏହା ସହିତ ଆଫ୍ରିକାର ସ୍ବର ମଧ୍ୟ ଏହି ବିଶ୍ୱସ୍ତରୀୟ ସଂଗଠନରେ ଉଠାଯିବା ଉଚିତ୍‌।

ମଙ୍ଗଳବାର ବୈଦେଶିକ ବ୍ୟାପାର ପରିଷଦକୁ ଦେଇଥିବା ଅଭିଭାଷଣରେ ବ୍ରିଟିଶ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଜି ଆମେ ଅନେକ ବିଶ୍ୱବ୍ୟାପୀ ଆହ୍ବାନର ସମ୍ମୁଖୀନ ହେଉଛୁ, କିନ୍ତୁ ଆମକୁ ସୁଯୋଗକୁ ସକରାତ୍ମକ ପ୍ରଗତିରେ ପରିଣତ କରିବାକୁ ପଡିବ। ତେଣୁ ଭାରତ ଭଳି ଦେଶକୁ ସ୍ଥାୟୀ ସଦସ୍ୟ କରି ସୁରକ୍ଷା ପରିଷଦକୁ ମଜବୁତ କରିବାର ଆବଶ୍ୟକତା ରହିଛି। ଏହାପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି – ୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ପରିଷଦର ସୁଧାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତକୁ ସ୍ଥାୟୀ ସଦସ୍ୟ କରିବା ଆବଶ୍ୟକ ବୋଲି କହିଥିଲେ।

Share