ବ୍ରିଟେନରେ ବଢୁଛି ତାପମାତ୍ରା, ଅତ୍ୟଧିକ ଗରମ ଚେତାବନୀ

ଲଣ୍ଡନ,୧୨ା୭: ଇଂଲଣ୍ଡ ଏବଂ ଓ୍ବେଲ୍ସରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେବ ବୋଲି ବ୍ରିଟେନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗର ଡେପୁଟି ମୁଖ୍ୟ ପାଣିପାଗ ବିଶେଷଜ୍ଞ ରେବିକା ଶେର୍‌ଓ୍ବିନ୍‌ କହିଛନ୍ତି, ଆସନ୍ତା ସପ୍ତାହରେ ବ୍ରିଟେନର ପାଗ ସମାନ ରହିବ। ସୂଚନା ଅନୁଯାୟୀ, ଦକ୍ଷିଣ, କେନ୍ଦ୍ରୀୟ ଇଂଲଣ୍ଡ ଏବଂ ୱେଲ୍ସରେ ଏହା ଅଧିକ ଆକଳନ କରାଯାଉଛି। ସ୍ପେନ ଏବଂ ପର୍ତ୍ତୁଗାଲରେ ପାର୍ଶ୍ୱ ୪୦ ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିପାରେ।

ଦକ୍ଷିଣ-ପୂର୍ବ ଇଂଲଣ୍ଡର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ହେବାର ସମ୍ଭାବନା ରହିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁଇଂଲଣ୍ଡ ଏବଂ ୱେଲ୍ସର ତାପମାତ୍ରା ୩୨ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ହୋଇପାରେ।

Share