Categories: ଜାତୀୟ

ରାଜ୍ୟ ସଭାରେ ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି

ନୂଆଦିଲ୍ଲୀ,୧୫।୩: ବ୍ରିଟେନର ବର୍ଣ୍ଣବୈଷମ୍ୟ ତାତି ରାଜ୍ୟ ସଭାରେ ପରିଲକ୍ଷିତ ହୋଇଛି। ପୂର୍ବରୁ ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ନେଇ ବ୍ରିଟେନ ସଂସଦରେ ତର୍କବିତର୍କ ହୋଇଥିଲା। ଏନେଇ ଭାରତ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଡ.ଏସ୍‌. ଜୟଶଙ୍କର ସୋମବାର ରାଜ୍ୟ ସଭାରେ କହିଛନ୍ତି ଯେ, ବ୍ରିଟେନରେ ବର୍ଣ୍ଣବୈଷମ୍ୟ ବୃଦ୍ଧି ପାଉଛି। ଏହା ବେଶ୍‌ ଚିନ୍ତା ଜନକ ଆବଶ୍ୟକ ପଡ଼ିଲେ ଉପଯୁକ୍ତ ସ୍ଥାନରେ ଏହାର ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଭାରତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରିଥାଏ। ଏପରିସ୍ଥଳେ ବ୍ରିଟେନ୍‌ରେ ବୃଦ୍ଧି ପାଉଥିବା କାର୍ଯ୍ୟ କଳାପକୁ ସହ୍ୟ କରାଯିବ ନାହିଁ। ଭାରତ ଏଭଳି ପ୍ରସଙ୍ଗରେ ଚୁପ୍‌ ରହିବ ନାହିଁ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ବର୍ଣ୍ଣବୈଷମ ବିବାଦ ଯୋଗୁ ନିଜ ପଦରୁ ଇସ୍ତଫା ମଧ୍ୟ ପ୍ରଦାନ କରି ସାରିଛନ୍ତି। ବିଟ୍ରେନ ସହିତ ଭାରତର ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହିଛି। ମାତ୍ର ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share