ପୀଡ଼ିତଙ୍କୁ ଭେଟିବାକୁ ପହଞ୍ଚିଲେ ବ୍ରିଟେନ ବୈଦେଶିକ ମନ୍ତ୍ରୀ, ସାଇରନ ଶବ୍ଦ ଶୁଣି ଭୟରେ ଦୌଡୁଥିବା ଭିଡ଼ିଓ ଭାଇରାଲ…

ଜେରୁଜେଲମ,୧୨।୧୦ : ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭରି ଇସ୍ରାଏଲରେ ହମାସ ଆକ୍ରମଣର ଶିକାର ହୋଇଥିବା ତଥା ଇସ୍ରାଏଲର ବରିଷ୍ଠ ନେତାମାନଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି। ଜେରୁଜେଲମର ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସାଇରନ ଶବ୍ଦ ହେବାବେଳେ ଜେମ୍ସ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରି ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କହିଛନ୍ତି, ’ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ ଦକ୍ଷିଣ ଇସ୍ରାଏଲର ଓଫାକିମ ଗସ୍ତ କରିଛନ୍ତି। ଏହି ସମୟରେ, ଏକ ସାଇରନ ହାମାସ ଆକ୍ରମଣର ଚେତାବନୀ ଦେଇଥିଲା । ଫଳରେ ଜେମ୍ସ ଭୟରେ ଦୌଡଛନ୍ତି। ଏହା ହେଉଛି ଏଠାକାର ବାସିନ୍ଦାଙ୍କ ବାସ୍ତବତା।

Share