ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍‌ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ ପ୍ରସିଦ୍ଧ ମଧ୍ୟ ହୋଇଯାଇଛନ୍ତି। ସେହିପରି ଜଣେ ବ୍ୟକ୍ତି ହେଲେ ବ୍ରିଟେନରେ ରହୁଥିବା ୫୨ ବର୍ଷୀୟ ବୋରି ଆଷ୍ଟିନ। ବୋରି ନିଜର ମେଦବହୂଳତା ପାଇଁ ଚର୍ଚ୍ଚାରେ ରହିଥିଲେ। ସେ ବ୍ରିଟେନର ସବୁଠାରୁ ମୋଟା ମଣିଷ ଭାବେ ଆଖ୍ୟା ପାଇଥିଲେ। ମାତ୍ର ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ବୋରିଙ୍କ ଝିଅ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ବୋରି ଖାଇବାର ବହୁତ ସୌଖୀନ ଥିଲେ। ଭାରତୀୟ ଖାଦ୍ୟ ତାଙ୍କର ବହୁତ ପସନ୍ଦ ଥିଲା। ଖାଇ ଖାଇ ମରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଓଜର ବୃଦ୍ଧି ସତ୍ତ୍ୱେ ମଧ୍ୟ ସେ ଖାଇବା କମ୍‌ କରି ନ ଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ଓଜନ ୪୧୨ କେଜି ଥିଲା। ବିଗତ କିଛି ଦିନ ହେବ ସେ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ତାଙ୍କ ମୃତ୍ୟୁରେ ପୁରା ପରିବାର ଭାଙ୍ଗପଡ଼ିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ। ଗୋଟଏ ସମୟ ଥିଲା ବୋରି ଦିନକୁ ୨୯ ହଜାର କ୍ୟାଲୋରି ଖାଦ୍ୟ ଖାଉଥିଲେ। ଦିନକୁ ସେ ୧୧୫ଟି ସିଙ୍ଗଡ଼ା ସାଙ୍ଗକୁ ୧୨ ଲିଟର କୋଲ୍ଡ ଡ୍ରିଙ୍କସ୍‌ ପିଉଥିଲେ। ଗୋଟିଏ ରାତିରେ ସେ ୨୦ ବିୟର ବୋତଲ ଖାଲି କରିଦେଉଥିଲେ। ବୋରି ପେସାରେ ଜଣେ କ୍ୟାବ ଡ୍ରାଇଭର ଥିଲେ। ୨୦୧୨ରେ ବୋରି ନିଜର ପ୍ରେମିକାଙ୍କୁ ବିବାହ କରିବା ପାଇଁ ନିଜର ୧୨୭ କେଜି ଓଜନ କମ୍‌ କରିଥିଲେ। ତେବେ ମେଦବହୁଳତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Share