ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ୍ ଏକାଡେମୀ ବୁକ୍ ପ୍ରାଇଜ୍ ବିଜୟିନୀ ହୋଇଛନ୍ତି। ଏହି ୪୯ ବର୍ଷୀୟା ଇଂଲିଶ୍ ପ୍ରଫେସର ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡରେ ପ୍ରାଧ୍ୟାପନା କରନ୍ତି। ନନ୍ଦିନୀ ତାଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ: ଇଂଲଣ୍ଡ, ମୋଗଲ ଇଣ୍ଡିଆ ଆଣ୍ଡ୍ ଦି ଓରିଜିନ୍ ଅଫ୍ ଏମ୍ପାୟାର’ ପାଇଁ ବ୍ରିଟିଶ୍ ଏକାଡେମୀ ବୁକ୍ ପ୍ରାଇଜ୍ ଫର୍ ଗ୍ଲୋବାଲ କଲ୍ଚରାଲ ଅଣ୍ଡରଷ୍ଟାଣ୍ଡିଂ ପୁରସ୍କାର ବାବଦରେ ୨୫,୦୦୦ ପାଉଣ୍ଡ୍ ମିଳିବ। ସପ୍ତଦଶ ଶତାବ୍ଦୀରେ ମୋଗଲ ଶାସନ କାଳରେ ଭାରତକୁ ବ୍ରିଟେନ୍ର ପ୍ରଥମ କୂଟନୈତିକ ମିଶନରେ ଆସିଥିବା ରାଷ୍ଟ୍ରଦୂତ ସାର୍ ଥୋମାସ୍ ରୋଏଙ୍କ ଉପରେ ଏହି ଇଣ୍ଟରନ୍ୟାଶନାଲ ନନ୍-ଫିକ୍ସନ୍ର କାହାଣୀ ଗତିଶୀଳ ହୋଇଛି।