Categories: ଜାତୀୟ

ବ୍ରିଟିଶ ସମୟର ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୨।୮ : ଭାରତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଭାରତରେ ଅପରାଧ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରାୟ ଚାରି ବର୍ଷ ଧରି ଆଲୋଚନା ପରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଛି। ଏହି ବିଷୟରେ ଯୋଜନା ୨୦୧୯ ରେ ଆରମ୍ଭ ହୋଇଥିଲା। ଏଣିକି ବ୍ରିଟିଶ ସମୟର ନିୟମ ଏବେ ବଦଳିଯିବ ।

ଏସବୁ ନିୟମରେ ପରିବର୍ତ୍ତନ ଆସିବ:

-ଇଣ୍ଡିଆନ ପେନାଲ କୋଡ ଆଇପିସି-୧୮୬୦
-କ୍ରିମିନାଲ ପ୍ରୋସେସ କୋଡ ସିଆରପିସି-୧୮୮୨
ଭାରତୀୟ ପ୍ରମାଣ ଆଇନ – ୧୮୭୩

ଏସବୁ ନିୟମ ଲାଗୁ ହେବ :

– ଭାରତୀୟ ନ୍ୟାୟ ସଂହିତା ୨୦୨୩
– ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ୨୦୨୩
– ଭାରତୀୟ ପ୍ରମାଣ ବିଲ ୨୦୨୩

ଆଇପିସିରେ ଥିଲା – ୨୩ ଅଧ୍ୟାୟ, ଭାରତୀୟ ନ୍ୟାୟ ସଂହିତା, ୨୦୨୩ ରହିବ – ୧୯ ଅଧ୍ୟାୟ। ଆଇପିସିରେ ଥିଲା – ୫୧୧ ଧାରା । ଭାରତୀୟ ନ୍ୟାୟ ସଂହିତାରେ ରହିବ – ୩୫୬ ଧାରା ।

Share