ବ୍ରିଟେନରେ ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମକୁ ବିରୋଧ

ଲଣ୍ଡନ,୧୬ ।୬: ବ୍ରିଟିଶ ଚଳଚ୍ଚିତ୍ର ‘ଦ ଲେଡି ଅଫ୍ ହେଭେନ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମକୁ ନେଇ ଏବେ ସେଠାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଚଳଚ୍ଚିତ୍ର ଉପରେ ନିନ୍ଦା କରାଯାଇଥିବା ଅଭିଯୋଗ ଆସିଛି । ତେଣୁ ‘ଦ ଲେଡି ଅଫ୍ ହେଭେନ’ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ଚଳଚ୍ଚିତ୍ରଟିକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମକ୍କା ମସଜିଦର ମୁଖ୍ୟ ଇମାମ କାରୀ ମହମ୍ମଦ ଅସୀମ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ସରକାର ଇମାମଙ୍କୁ ପରାମର୍ଶଦାତା ପଦରୁ ବହିଷ୍କାର କରିଥିଲେ ।
ଲିଡ୍ସରେ ଥିବା ମକ୍କା ମସଜିଦର ଇମାମ କାରୀ ଅସୀମ ଇସଲାମୋଫୋବିୟା ଉପରେ ବ୍ରିଟେନ ସରକାରଙ୍କ ସ୍ୱାଧିନ ପରମର୍ଶଦାତା ଭାବେ କାମ କରୁଥିଲେ । ଏବେ ସେ ଫିଲ୍ମ ‘ଦ ଲେଡି ଅଫ୍ ହେଭେନ’କୁ ବିରୋଧ କରିବାରୁ ଗତ ଶନିବାର ତାଙ୍କୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଦ ଲେଡି ଅଫ୍ ହେଭେନ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯେଉଁ ଆନ୍ଦୋଳନ କରାଯାଉଥିଲା ଇମାମ ତାକୁ ସମର୍ଥନ କରିଥିଲେ । ଏହାପରେ ସରକାର ଏହି ବିରୋଧକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Share