ପଣଜୀ ,୧୧ା୯: ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କର ଉତ୍ତର ଗୋଆରେ ଥିବା ୨ଟି ପୈତୃକ ସମ୍ପତ୍ତିକୁ କେତେଜଣ ଅଜଣା ବ୍ୟକ୍ତି ଦଖଲ କରିଥିବା, ତାଙ୍କ ବାପା କ୍ରିଷ୍ଟି ଫର୍ନାଣ୍ଡେଜ୍ ଅଭିଯୋଗ କରିଛନ୍ତି। ଆସାଗାଓରେ ଥିବା ଏହି ଜମିର ଆୟତନ ୧୩,୯୦୦ ବର୍ଗମିଟର। ଅଭିଯୋଗ ପରେ ଗୋଆ ପୋଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଭାରତୀୟ ବଂଶୋଦ୍ଭବ ବ୍ରେଭରମ୍ୟାନ୍ ନିକଟରେ ବ୍ରିଟେନର ଗୃହମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଫର୍ନାଣ୍ଡେଜ୍ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ପୋଲିସ ଡିଜି ଜସ୍ପାଲ ସିଂ ଏବଂ ଗୋଆ ଏନ୍ଆର୍ଆଇ କମିଶନରେଟ୍ରେ ଅଭିଯୋଗ କରିଥିଲେ।