ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କଲେ ବ୍ରିଟିଶ ସାଂସଦ

ଲଣ୍ଡନ/ଲକ୍ଷ୍ପୌ,୨।୧୦:ବ୍ରିଟେନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସକ ପାଲଟିଛି। ସେଠାକାର ସଂସଦର ସଦସ୍ୟ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ଯୋଗୁ ରାଜ୍ୟରେ ଆସିଥିବା ଶାନ୍ତି ପାଇଁ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ବ୍ରିଟିଶ ସାଂସଦ ବିରେନ୍ଦ୍ର ଶର୍ମା ଉତ୍ତର ପ୍ରଦେଶର ପରିବର୍ତ୍ତିତ ଧାରଣା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୋଷ୍ଟ କାର୍ଡରେ ବ୍ରିଟିଶ ସାଂସଦ ଲେଖିଛନ୍ତି ଯେ, ମାନ୍ୟବର ଯୋଗୀ ଆଦିତ୍ୟନାଥ, ୟୁପିରେ ବଡ଼ ସଫଳତା ହାସଲ କରି ରାଜ୍ୟରେ ଶାନ୍ତି ଆଣିଥିବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ଲେଖକ ଶାନ୍ତନୁ ଗୁପ୍ତାଙ୍କୁ ବ୍ରିଟିଶ ସଂସଦର ହାଉସ ଅଫ କମନ୍ସରେ ଆୟୋଜିତ ଅନ୍ତର୍ଜାତୀୟ କନକ୍ଲେଭକୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଗ୍ଲୋବାଲ ଗାନ୍ଧୀ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶାନ୍ତନୁ ତାଙ୍କର ବେଷ୍ଟସେଲର ଗ୍ରାଫିକ ଉପନ୍ୟାସ – ‘ଅଜୟ ଟୁ ଯୋଗୀ ଆଦିତ୍ୟନାଥ” କୁ ବ୍ରିଟିଶ ସାଂସଦ ବିରେନ୍ଦ୍ର ଶର୍ମାଙ୍କୁ ଉପହାର ଦେଇଥିଲେ। ତାଙ୍କର ପ୍ରତ୍ୟେକ ଗ୍ରାଫିକ ଉପନ୍ୟାସରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବାର୍ତ୍ତା ପଠାଇବା ପାଇଁ ଏକ ପୋଷ୍ଟ କାର୍ଡ ରହିଛି, ଯେଉଁଥିରେ ବ୍ରିଟିଶ ସାଂସଦ ବିରେନ୍ଦ୍ର ଶର୍ମା ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏକ ବାର୍ତ୍ତା ଲେଖିଛନ୍ତି।

Share