ଶେଷ ହେଲା କରୋନା: ବୋରିସ ଜନସନ

ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର ବୈଜ୍ଞାନିକମାନେ କହିଛନ୍ତି ଏଠାରେ ସମ୍ଭବତ ଓମିକ୍ରନର ପିକ୍ ସମୟ ଯାଇ ସାରିଛି । ତେଣୁ ଏବେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଏହାସହ ସରକାର ୱାର୍କ ଫ୍ରମ ହୋମକୁ ବି ଉଠାଇ ଦେଇଛନ୍ତି ।
ଅନ୍ୟପଟେ ବିଶ୍ୱରେ ଗୋଟିଏ ଦିନରେ ୩୦.୧୭ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୮.୦୩୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ କରୋନା ଶେଷ ହୋଇଛି ବୋଲି କହୁଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଘେବ୍ରିୟେସିସ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ଏବେ ଶେଷ ହୋଇନାହିଁ ଓମିକ୍ରନ୍ ପରେ ଆହୁରି ନୂଆ ଭାରିଏଣ୍ଟ ଆସିପାରେ । ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦେଶରେ ଓମିକ୍ରନ୍ ପିକରେ ପହଞ୍ଚି ସାରିଛି । ହେଲେ କରୋନା ଶେଷ ହୋଇନାହିଁ । ଏଥିପାଇଁ ଟିକାକରଣର ଆବଶ୍ୟକତା ରହିଛି । ଏବେବି ଓମିକ୍ରନରେ ସଂକ୍ରମିତ ହେଉଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ କିଛି ଦେଶରେ ଏହି ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏବେ ଜାଣିଶୁଣି କେହି ଭୁଲ କରନ୍ତୁ ନାହିଁ ।

Share