ଜେରୁଜେଲମ,୧୯।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲ ଗସ୍ତ କରିଛନ୍ତି। ଏହି ସମୟରେ ସୁନକ ଇସ୍ରାଏଲର ଅଧିକାରକୁ ସମର୍ଥନ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବ୍ରିଟେନ ଇସ୍ରାଏଲର ନିଜକୁ ରକ୍ଷା କରିବା ଏବଂ ହମାସ ବିରୋଧରେ ଲଢିବାବୁ ଇସ୍ରାଏଲର ଅଧିକାରଙ୍କୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ବିବୃତ୍ତି ଦେଇ କହିଛନ୍ତି, ମୁଁ ବ୍ରିଟିଶ ଲୋକଙ୍କ ତରଫରୁ ଆମର ଗଭୀର ସମବେଦନା ଜଣାଇବାକୁ ଚାହୁଁଛି ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆମେ ନିଜକୁ ରକ୍ଷା କରିବାକୁ ଜାରି ରଖିଛୁ ବୋଲି ଇସ୍ରାଏଲର ଅଧିକାରକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମେ ଏହା ମଧ୍ୟ ସ୍ବୀକାର କରୁଛୁ ଯେ ପାଲେଷ୍ଟାଇନ ଲୋକମାନେ ମଧ୍ୟ ହମାସର ଶିକାର ହୋଇଛନ୍ତି।