Advertisement
Categories: ଜାତୀୟ

ରବିବାର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପତ୍ନୀ ଅକ୍ଷତା ବି କରିବେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୯।୯: ଜି୨୦ ଶିଖର ସମ୍ମିଳନୀ ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଗସ୍ତରେ ଅଛନ୍ତି। ଶନିବାର ସେ ସମ୍ମିଳନୀର ପ୍ରଥମ ଅଧିବେଶନ ଏବଂ ଦ୍ୱିତୀୟ ଅଧିବେଶନ ବୈଠକରେ ଭାଗ ନେଇଛନ୍ତି। ତେବେ ରବିବାର ସେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିର ଯିବେ ବୋଲି ଜଣାପଡ଼ିଛି। ସକାଳ ୬ଟାରୁ ୬.୩୦ ମଧ୍ୟରେ ସେ ମନ୍ଦିର ପହଞ୍ଚିବାର ଥିବା ବେଳେ ୭.୩୦ରେ ମନ୍ଦିରରୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥାତ ପ୍ରାୟ ୧ ଘଣ୍ଟା ସେ ମନ୍ଦିରରେ ରହିବେ।

ସୁନକ ଏବଂ ଅକ୍ଷତାଙ୍କ ସ୍ବାଗତ ସ୍ବାମୀ ନାରାୟଣ ମନ୍ଦିରର ମୁଖ୍ୟ ପୂଜାରୀ କରିବେ। ସେ ଉଭୟଙ୍କୁ ମୁଖ୍ୟ ମନ୍ଦିରକୁ ନେଇ ପୂଜାର୍ଚ୍ଚନା କରାଇବେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି।

କହିରଖୁଛୁ, ଶୁକ୍ରବାର ଭାରତ ଆସିବା ପରେ ସୁନକ ନୂଆଦିଲ୍ଲୀସ୍ଥିତ ବ୍ରିଟିଶ କାଉନ୍‌ସିଲ ହେଡକ୍ୱାଟରରେ ଥିବା ଏକ ସ୍ଥାନୀୟ ସ୍କୁଲର ପିଲାମାନଙ୍କୁ ଭେଟିଥିଲେ। ଏହି ସମୟରେ ଅକ୍ଷତା ତାଙ୍କ ସହ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share