ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬।୮: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାଧୀନତା ଦିବସରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ କଥାବାଚକ ରାମକଥା ଆୟୋଜିତ ହୋଇଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ହଠାତ୍‌ ରାମକଥାରେ ପହଞ୍ଚିଥିଲେ। ଭାରତର ସାଧୁଙ୍କର ସରଳତାକୁ ବହୁତ ପ୍ରଶଂସା ସାଧାରଣ ଲୋକ ପରି ଚେୟାରରେ ବସିଥିବା ବେଳେ ଋଷି ସୁନକ ମୋରାରି ବାପୁଙ୍କ ରାମକଥା ଶୁଣିଲେ। ଜୟ ସିଆରାମଙ୍କ ସ୍ଲୋଗାନ ମଧ୍ୟ ଦେଇଥିଲେ।
ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଥିବା ଋଷି ସୁନକ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ହିନ୍ଦୁ ଭାବରେ ଆସିଛି। ଭାଷଣ ପୂର୍ବରୁ ଋଷି ସୁନକ ଜୟ ସିୟା ରାମ ଜପ କରିଥିଲେ। ସେ ମୋରାରି ବାପୁଙ୍କ ରାମକଥାରେ ଅଂଶଗ୍ରହଣ କରି ବହୁତ ଖୁସି ବ୍ୟକ୍ତ କରିଥିଲେ।

Share