ସ୍ତ୍ରୀଙ୍କୁ ବ୍ୟାଟରେ ପିଟି ହତ୍ୟା କଲେ ଶିଖ୍‌ ବୃଦ୍ଧ

ଲଣ୍ଡନ,୧।୮: ବ୍ରିଟେନରେ ଜଣେ ଶିଖ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ନିଜ ଝିଅର ବ୍ୟାଟରେ ପିଟି ପିଟି ହତ୍ୟା କରିଛନ୍ତି॥ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୭୯ ବର୍ଷ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ହତ୍ୟା ପରିବା ପରେ ଲଣ୍ଡନ ପୋଲିସ ଷ୍ଟେସନକୁ ଯାଇ ହତ୍ୟା କରିଛନ୍ତି ବୋଲି ସ୍ବୀକାରୋକ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଶିଖ୍‌ ବୃଦ୍ଧ ଜଣକ ହେଲେ ତାରସେମ ସିଂ। ଅଭିଯୁକ୍ତଙ୍କୁ ପୋଲିସ ସ୍ନେରେସବ୍ରୋକ କ୍ରାଉନ କୋର୍ଟରେ ହାଜର କରିଛି। କୋର୍ଟରେ ସେ ତାଙ୍କ ୭୭ ବର୍ଷିୟା ସ୍ତ୍ରୀ ମାୟା ଦେବୀଙ୍କୁ ନିଜ ଘରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ତାରସେମ ସ୍ତ୍ରୀଙ୍କୁ କାହିଁକି ହତ୍ୟା କରିଛନ୍ତି ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଏହି ଦମ୍ପତିଙ୍କର ତିନି ସନ୍ତାନ ଅଛନ୍ତି।

Share