ନିଖୋଜ ହେବାର ୬ ବର୍ଷ ପରେ ଫ୍ରାନ୍ସରୁ ମିଳିଲେ ବିଟ୍ରେନ ନାବାଳକ

ଲଣ୍ଡନ,୧୫।୧୨: ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୬ ବର୍ଷ ପୂର୍ବେ ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକ ବର୍ତ୍ତମାନ ଫ୍ରାନ୍ସରୁ ମିଳିଛନ୍ତି। ୧୭ ବର୍ଷିୟ ଆଲେକ୍ସ ବ୍ୟାଟିଙ୍କୁ ଜଣେ ଡେଲିଭରି ଡ୍ରାଇଭର ତାଙ୍କୁ ରାସ୍ତାରେ ଦେଖି ପୋଲିସ ଷ୍ଟେଶନକୁ ନେଇଯାଇଥିଲେ। ୨୦୧୭ରେ ବ୍ୟାଟି ତାଙ୍କ ମା ଏବଂ ଜେଜେବାପାଙ୍କ ସହ ସ୍ପେନରେ ଛୁଟି କାଟିବା ପରେ ନିଖୋଜ ହୋଇଯାଇଥିଲେ। ଡେଲିଭରି ଡ୍ରାଇଭର ଫାବିଆନ ଆକ୍ସିଡିନି କହିଛନ୍ତି , ବୁଧବାର ସକାଳେ ସେ ରାସ୍ତାରେ ଯାଉଥିବା ଯୁବକଙ୍କୁ ଦେଖିଥିଲେ।

ଯେତେବେଳେ ଡେଲିଭରି ଡ୍ରାଇଭର ତାଙ୍କୁ ତାଙ୍କ ବିଷୟରେ ପଚାରିଲେ, ସେ କହିଥିଲେ ଯେ ସେ ଚାରି ଦିନ ଧରି ଚାଲୁଛନ୍ତି । ସେ ପାର୍ବତ୍ୟ ମାର୍ଗ ଦେଇ ଆସୁଛନ୍ତି କିନ୍ତୁ ସେ କେଉଁଠାରୁ ଆସୁଛନ୍ତି ତାହା ଜଣାଇ ନାହାଁନ୍ତି। ଏହା ପରେ ଡେଲିଭରି ଡ୍ରାଇଭର ଇଣ୍ଟରନେଟରେ ବ୍ରିଟିଶ ବାଳକଙ୍କ ନାମ ଟାଇପ କରି ଦେଖିଲେ ଯେ ତାଙ୍କୁ ଖୋଜା ଚାଲିଛି।

ବିବିସି ଅନୁଯାୟୀ, ବ୍ୟାଟି ନିଜ ଜେଜେମା’ଙ୍କ ସହ ଯୋଗାଯୋଗ କରିବା ପାଇଁ ଡ୍ରାଇଭରଙ୍କ ଫେସବୁକ ଆକାଉଣ୍ଟ ବ୍ୟବହାର କରିଥିଲେ। ସେ ଲେଖିଛନ୍ତି, ହେଲୋ ଜେଜେମା, ମୁଁ ଆଲେକ୍ସ। ମୁଁ ଫ୍ରାନ୍ସର ଟୁଲୁଜରେ ଅଛି। ମୁଁ ଆଶା କରୁଛି ତୁମେ ଏହି ମେସେଜ ପାଇବ। ମୁଁ ତୁମକୁ ଭଲ ପାଏ, ମୁଁ ଘରକୁ ଆସିବାକୁ ଚାହୁଁଛି।

Share