ସ୍ବାଧୀନତା ଦିବସରେ ବୁଡ଼ିଲା ବ୍ଲକକୁ ସଂଯୋଗ କରୁଥିବା ପୋଲ: ଏନ୍‌ଏସି କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ

ଧାମନଗର,୧୫।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଯଅ ନଦୀ ପୋଲ ଉପରେ ବର୍ଷା ଜଳ ମାଡିଯାଇଛି। ଫଳରେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ ଧାମନଗର ଏନ୍‌ଏସି କାର୍ଯ୍ୟାଳୟ ମଧ୍ୟରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଜଳ ନିସ୍କାସନ ବ୍ୟବସ୍ଥା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ନଦୀର ପୋଲ ବହୁ ପରୁଣା ଏବଂ ନିଚ୍ଚା ହୋଇଥିବପାରୁ ନୂତନ ପୋଲ ପାଇଁ ଦାବି ହେଉଛି।