Categories: ଜାତୀୟ

୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍‌ଓ

ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍‌ ଅର୍ଗାନାଇଜେଶନ (ବିଆର୍‌ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମ୍ବନର କେଲା ମୋରହଠାରେ ଥିବା ବାଲେ ପୋଲ ଜାନୁୟାରୀ ୧୦ରେ ଭୂସ୍ଖଳନ ଯୋଗୁ ଭାଙ୍ଗି ଯାଇଥିଲା। ଏହାର ନିର୍ମାଣ ଦାୟିତ୍ୱ ବିଆର୍‌ଓ ନେଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଜାନୁୟାରୀ ୧୪ ସକାଳ ୭ଟା ୪୦ରେ ଆରମ୍ଭ ହୋଇଥିଲା। ପୋଲର ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ବ୍ରିଗେଡ଼ଇର ଆଇ.କେ. ଜାଗ୍ଗି ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନ ୨ଟା ୩୦ରେ ପୋଲ ଉପରେ ପରୀକ୍ଷାମୂଳକ ଭାବେ ଯାନ ଚଳାଚଳ କରାଯାଇଥିଲା। ଆସନ୍ତା ୨ ଦିନ ମଧ୍ୟରେ ପୋଲ ଉପର ଦେଇ ଯାତାୟତ କରିହେବ ବୋଲି ସେ କହିଛନ୍ତି। ବିଆର୍‌ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି। ଲ୍ୟୁଟନାଟ୍‌ କଲୋନେଲ୍‌ ବରୁଣ ଖାରେଙ୍କ ନେତୃତ୍ୱରେ ୬ ଜଣ ଅଫିସର, ୧୦ ସୁପରଭାଇଜର, ୫୦ ଶ୍ରମିକ ଦିନରାତି କାମ କରି ଏହି ସଫଳତା ହାସଲ କରିପାରିଛନ୍ତି।

Share