Categories: ଖେଳ

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ବ୍ରଡ ଏବଂ ଜେମ୍ସ ଆଣ୍ଡରସନ ଏକ ବିଶେଷ ସଫଳତା ହାସଲ କରିଛନ୍ତି। ସେ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ସହ ଜଡିତ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ସର୍ବାଧିକ ଟେଷ୍ଟ ମ୍ୟାଚ ଏକାଠି ଖେଳିବା ଦୃଷ୍ଟିରୁ ବ୍ରଡ ଏବଂ ଆଣ୍ଡରସନ ଦୁଇ ନମ୍ବରରେ ପହଞ୍ଚିଛନ୍ତି।
ଆଣ୍ଡରସନ ଏବଂ ବ୍ରଡ ଏପର୍ଯ୍ୟନ୍ତ ଏକାଠି ୧୩୮ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେମାନଙ୍କ ଆଗରେ କେବଳ ଦ୍ରାବିଡ଼ ଏବଂ ସଚିନ ଅଛନ୍ତି। ସଚିନ ଏବଂ ଦ୍ରାବିଡ ୧୪୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ପରିପ୍ରେକ୍ଷୀରେ, ଜ୍ୟାକ କଲିସ ଏବଂ ମାର୍କ ବାଉଚରଙ୍କ ଯୋଡି ତିନି ନମ୍ବରରେ ଅଛି। ଏହି ଦୁଇଜଣ ଏକାଠି ୧୩୭ ମ୍ୟାଚ ଖେଳିଛନ୍ତି। ଦ୍ରାବିଡ ଏବଂ ଲକ୍ଷ୍ମଣ ଏକାଠି ୧୩୨ ଟେଷ୍ଟ ମ୍ୟାଚ ଖେଳିଛନ୍ତ। ଆଣ୍ଡରସନ ଏବଂ ଆଲାଷ୍ଟାୟର୍‌ କୁକ ଏକାଠି ୧୩୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି।
ସୂଚନାଯୋଗ୍ୟ, ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୦୯ ଟେଷ୍ଟ ଇନିଂସରେ ୬୦୨ ଉଇକେଟ ନେଇଛନ୍ତି (ଖବର ଲେଖିବା ପର୍ଯ୍ୟନ୍ତ)। ଏହି ସମୟ ମଧ୍ୟରେ ସେ ୨୦ଟି ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇଛନ୍ତି। ୩ ଥର ୧୦ଟି ଉଇକେଟ ନେଇଥିବା ବେଳେ ବ୍ରଡ ଦିନିକିଆରେ ୧୨୧ଟି ମ୍ୟାଚ ଖେଳିଛି। ଏଥିରେ ୧୭୮ ଉଇକେଟ ନେଇଛନ୍ତି। ଇଂଲଣ୍ଡ ପାଇଁ ବ୍ରଡ ୫୫ ଟି-୨୦ ଇନିଂସରେ ୬୫ ଉଇକେଟ ନେଇଛନ୍ତି।
ଜେମ୍ସ ଆଣ୍ଡରସନ ୩୪୧ ଟେଷ୍ଟ ଇନିଂସରେ ୬୯୦ ଉଇକେଟ ନେଇଛନ୍ତି। ଏଥି ସହିତ ସେ ୧୯୧ଟି ଦିନିକିଆ ଇନିଂସରେ ୨୬୯ ଉଇକେଟ ନେଇଛନ୍ତି।

Share