Categories: ଜାତୀୟ

ରେଳଷ୍ଟେଶନ୍‌ରେ ଅଶ୍ଳୀଳ ଭିଡିଓ ପ୍ରସାରଣ

ପାଟନା, ୨୦। ୩: ବିହାର ପାଟନା ରେଳଷ୍ଟେଶନ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌ରେ ୩ ମିନିଟ୍‌ର ଅଶ୍ଳୀଳ ଭିଡିଓ ପ୍ରସାରଣ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ସକାଳ ପ୍ରାୟ ୧୦ଟାବେଳେ ପାଟନା ଜଙ୍ଗଶନ୍‌ ରେଳ ଷ୍ଟେଶନ୍‌ରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ ବିରତି ବଦଳରେ ପର୍ନ ଭିଡିଓ ଚାଲିଥିଲା। ସେଠାରେ ଥିବା ଯାତ୍ରୀ ଏହି ଭିଡିଓକୁ ନିଜ ଫୋନ୍‌ରେ କଏଦ କରିଥିବାବେଳେ ରେଲ୍‌ଓ୍ବେ ପ୍ରୋଟେକ୍ସନ୍‌ ଫୋର୍ସ ପରବର୍ତ୍ତି ସମୟରେ ଭିଡିଓ ପ୍ରସାରଣ ରୋକିଥିଲେ। ସ୍କ୍ରିନ୍‌ରେ ବିରତି ପ୍ରସାରଣ ଦାୟିତ୍ୱରେ ଥିବା ଦତ୍ତା କମୁନିକେଶନ୍‌ ବିରୋଧରେ ଏତଲା ଦାଏର କରାଯିବା ସହ ଏଜେନ୍ସିକୁ ରେଳ ବିଭାଗ ପକ୍ଷରୁ କଳା ତାଲିକାଭୁକ୍ତ କରାଯାଇଛି।

Share