ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଷ୍ଣୁପୁର ଗ୍ରାମରେ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ କରି ମାଟିରେ ସଫଳତାର ସହ ବ୍ରକୋଲି ଫଳାଇବା ଲକ୍ଷ୍ୟରେ ଦିନରାତି ଏକ କରିଦେଇଛନ୍ତି। ବିଷ୍ଣୁପୁରରେ ୮ଏକର ଜମିରେ ଏବଂ ଖଇରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଖାପାଖି ୧ଏକର ଜମିରେ ଏହି ଚାଷ କରାଯାଉଛି। ମହାସଂଘ ସଭାପତି ପୁଷ୍ପାଞ୍ଜଳି ମହାରଥା ଓ ସମ୍ପାଦିକା କବିତା ସାହୁ ଓ ଏମ୍ବିକେ ନିରୁପମା ନାୟକ ସଦସ୍ୟାମାନଙ୍କୁ ସଙ୍ଗରେ ଧରି ଓଡ଼ିଶା ଜୀବିକାମିଶନର ପରାମର୍ଶରେ ବିପିଏମ୍ ନିହାର ରଞ୍ଜନ ଜେନାଙ୍କ ପରାମର୍ଶରେ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଏହି ଚାଷ ଜାରି ରଖିଛନ୍ତି। ଗୁରୁବାର ଓଡ଼ିଶା ଜୀବିକା ମିଶନର ରାଜ୍ୟ ପରିଚାଳନା ୟୁନିଟ୍ର କୃଷି ବିଶେଷଜ୍ଞ ସୁଚିତ୍ରା ପଣ୍ଡା, ଅହଲ୍ୟା ଦାସ, ଅଙ୍କିତା ପଣ୍ଡା ପ୍ରମୁଖ ବ୍ଲକର ଅନ୍ୟାନ୍ୟ ଚାଷ ବୁଲିବା ସହ ଉକ୍ତ ବ୍ରକୋଲି ଚାଷ ବୁଲି ସନ୍ତୋଷ ପ୍ରକାଶ କରିଛନ୍ତି।