କ୍ୟାନ୍‌ସର ଠାରୁ ଦୂରେଇ ରଖିବ ବ୍ରୋକୋଲି

ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନସର ବିରୋଧୀ ଅଟେ। ଏହାବ୍ୟତିତ ଏଥିରେ ଜଣେ ବୟସ୍କ ଲୋକଙ୍କ ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁଦ ରହିଛି।
ବ୍ରୋକୋଲିରେ ଡ୍ରାଇଲଣ୍ଡ୍ରୋଲିଲ ମିଥେନ୍‌ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ କ୍ୟାନସରଠାରୁ ଆମକୁ ରକ୍ଷା କରିଥାଏ। ବ୍ରୋକଲିର ପତ୍ରକୁ ମଧ୍ୟ ଖିଆଯାଇଥାଏ। ସେଥିରେ ବିଟାକାରୋଟିନ୍‌ ଥାଏ। ସେଥିପାଇଁ ବ୍ରୋକଲିକୁ ଦୈଦିକ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କଲେ ଏହା ବିଭିନ୍ନ ପ୍ରକାରର କ୍ୟାନସର ଠାରୁ ଆମକୁ ଦୂରେଇ ରଖିବ।
ବ୍ରୋକୋଲିକୁ ରେଫ୍ରିଜରେଟରରେ ରଖିଲେ ଏଥିରୁ କିଛି ପରିମାଣରେ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ଏହାକୁ ୩୦ ମିନିଟ ସିଝାଇଲେ ୭୭ ପ୍ରତିଶତ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ । ତେଣୁ ଏହାକୁ କଞ୍ଚା ସାଲାଡ୍‌ରେ ଖାଇଲେ ଉପକାର ମିଳେ।