ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ନେଇ ସନ୍ଦେହ କରାଯାଉଛି। ଆଡ଼ପ ଅବଢା ରନ୍ଧା ପାଇଁ ଏହି ଚୁଲି ତିଆରି ହୋଇଥିଲା।