ଭାଙ୍ଗିଲେ ପୋଲିସ ଗାଡ଼ି

ଭୁବନେଶ୍ୱର,୯।୧୨(ବ୍ୟୁରୋ) ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ବିଧାନସଭା ଚାଲିପାରୁନି । ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଶାସକ ଓ ବିରୋଧୀ। ଗୋବିନ୍ଦ ସାହୁଙ୍କ ସହିତ ସୁସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ରାଜରାସ୍ତାରେ ଗର୍ଜୁଛି ବିରୋଧୀ। ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ଏହି ଆନ୍ଦୋଳନର ନାଁ ‘ହଲ୍ଲାବୋଲ’ ରଖାଯାଇଛି। ଗୁରୁବାର ଭାଜପାର ଶତାଧିକ କର୍ମୀ ଶୋଭାଯାତ୍ରାରେ ପାର୍ଟି ଅଫିସରୁ ବାହାରି ପୋଲିସ ବ୍ୟାରିକେଡ ଭାଙ୍ଗି ବିଧାନସଭା ଅଭିମୁଖେ ଯିବା ନିମନ୍ତେ ଉଦ୍ୟତ ହେଉଥିଲେ। ହେଲେ ବାଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହା ମଧ୍ୟରେ ଭାଜପା କର୍ମୀ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଭାଜପା କର୍ମୀଙ୍କୁ ଗିରଫ କଲା ବେଳେପୋଲିସ ସହ ଠେଲାପେଲା ହୋଇଥିଲା। ପୋଲିସ ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିବା ଜଣାଯାଇଛି। ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଭାଜପା କର୍ମୀ ରାଲିରେ ଯାଇ ଧାରଣାରେ ବସିଥିବା ଜଣାଯାଇଛି। ଏ ନେଇ ପୋଲିସ ବହୁ କର୍ମୀଙ୍କୁ ଗିରଫ କରିଛି।

Share