ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍‌ ବାକ୍ସ

ବ୍ରଜରାଜନଗର,୧୬ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି ଥାନାରେ ଅଭିଯୋଗ କରିଛନ୍ତି।

ବୁଧବାର ରାତିରେ କେତେକ ଦୁର୍ବୃତ୍ତ ଦୋକାନ ଗେଟ୍‌ ତାଲା ଭାଙ୍ଗି କ୍ୟାଶ୍‌ ବାକ୍ସ ସହ ୧୨ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ଜଗବନ୍ଧୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ନବନିଯୁକ୍ତ ଥାନା ଅଧିକାରୀ ଧବଳେଶ୍ୱର ସାହୁ ମାମଲାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share