ସିମେଣ୍ଟ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୫୦ ହଜାର

ଦିଗପହଣ୍ଡି,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଁୟା ଛକ ମୁଖ୍ୟରାସ୍ତାରେ ଥିବା ଅର୍ଣ୍ଣପୂର୍ଣା ସିମେଣ୍ଟ ଲୁହାଛଡ଼ ଦୋକାନରୁ ଚୋରି ହୋଇଥିବା ରବିବାର ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୋକାନ ପଛ କବାଟ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ କ୍ୟାସ କାଉଣ୍ଟର ବକ୍ସ ତାଡ଼ି ସେଥିରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଦୋକାନ ମାଲିକ ଭି. ପ୍ରଶାନ୍ତ କୁମାର ରାଜୁ ରବିବାର ସକାଳୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିଥିଲେ। ପରେ ସେ ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ବସନ୍ତ କୁମାର ସେଠୀ ଥାନାରେ କେସ ନଂ.୨୭୦/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Share