ଝରକା ଭାଙ୍ଗି ସୁନା, ରୁପା ଅଳଙ୍କାର ଲୁଟ୍‌

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଝରକା ଗ୍ରିଲ ତାଡି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଏବଂ ଆସବାପତ୍ର ଲୁଟି ନେଇଥିବା ଜଣାପଡିଛି। ଏନେଇ ନିରାକାରପୁରସାହିର କୃଷ୍ଣଚନ୍ଦ୍ର ଶତପଥୀ ଥାନାରେ ଏକ ଅଭିଯୋଗ କରିଛନ୍ତି। ଶତପଥୀ ଦେଇଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ସ୍ବାମୀ ସ୍ତ୍ରୀ ଖାଇ ଶୋଇବାକୁ ଯାଇଥିଲେ। ସକାଳୁ ଉଠି ଦେଖିଲା ବେଳକୁ ତାଙ୍କର ଦାଣ୍ଡପାର୍ଶ୍ୱ ଝରକା ଗ୍ରିଲ ତଡା ହୋଇଥିବା ଦେଖିବାକୁ ପାଇଥିଲେ। ଏପରି କି ୨ଟି ଦସ୍ତାବାକ୍ସ ସମେତ କିଛି ଆସବାବ ଓ କିଛି ଖୁଚୁରା ଟଙ୍କା ଏଣେତେଣେ ପଡିଥିବା ଦେଖିଥିଲେ। ପରେ ଘର ଭିତରକୁ ଯାଇ ଦେଖିଲା ବେଳକୁ ପୁଅଙ୍କ ଶୋଇବା ଘରୁ ଆଲମାରି ଭଙ୍ଗାଯାଇ ପ୍ରାୟ ୭ ଭରି ଓଜନର ସୁନା ଓ ପ୍ରାୟ ୧୦ ଭରି ଓଜନର ରୁପା ଅଳଙ୍କାର ଦୁର୍ବୁତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ମାସ ତଳେ ସ୍ଥାନୀୟ ମଞ୍ଜାରିଆ ଗ୍ରାମର ଧନେଶ୍ୱର ତ୍ରିପାଠୀଙ୍କ ଘରୁ ଅନୁରୂପ ଭାବେ ସୁନା, ରୁପା ଅଳଙ୍କାର ଲୁଟ୍‌ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ଉଦ୍ଧାର ଏବଂ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ରାଜ୍ୟ...

ରାଜପଥ ୪ ଘଣ୍ଟା ବନ୍ଦ

ସୁନାବେଡା,୨୪ା୩(କୃତ୍ତିବାସ ପ୍ରଧାନ): ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡାରେ ବିଭାଗ ପକ୍ଷରୁ କାମ ଚାଲୁ ରହିଥିବା ବେଳେ ନୂଆ ମାଟି ପକାଯାଇଛି। ରବିବାର ରାତିରେ...

କାଳିଆ ହତ୍ୟା ଘଟଣାରେ ୪ ଗିରଫ

ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ...

ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍‌ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି…

ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ...

ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ନେଇ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ:୩୯୦ ଛାତ୍ରୀଛାତ୍ର ବୁଲିଲେ …

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ...

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ୍ୟୁ ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗଜପତି,୨୪।୩(ଗିରିଧାରୀ ପରିଛା): ରବିବାର ଗଜପତି ଜିଲା ରାମଗିରି ଠାରେ ଛତୁଆ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ବ୍ରହ୍ମପୁର...

ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ …

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଶାଖା ସମ୍ମିଳନୀ ଅନୁଷ୍ଠିତ...

ନାଚ ଚାଲିଥିବା ବେଳେ କଳାକାର ଅସୁସ୍ଥ: ମେଡିକାଲରେ ମୃତ୍ୟୁ

ବାଲିଗୁଡା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କେ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତରେ ରାମାୟଣ ନାଟକ ଚାଲିଥିବା ବେଳେ ମଞ୍ଚରେ କଳାକାରଙ୍କ ଉଡ଼ିଗଲା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image