‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..

‘ବିଗ୍‌ବସ୍‌’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସିଦ୍ଧାର୍ଥ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଏକତା କପୁରଙ୍କ ୱେବ ସିରିଜ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ରୁ ଡିଜିଟାଲ ଡେବ୍ୟୁ କରୁଛନ୍ତି। ଏହି ଧାରାବାହିକରେ ସେ ତାଙ୍କ କୋ-ଷ୍ଟାର ସୋନିଆ ରାଥେଙ୍କ ସହ ଏକ ରୋମାଣ୍ଟିକ ଶୈଳୀରେ ନଜର ଆସିଛନ୍ତି । ୨୯ ମେ ରେ, ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ ଅଲ୍ଟ ବାଲାଜୀରେ ପ୍ରସାରିତ ହେବ। ଏହି ୱେବ ସିରିଜରେ ସିଦ୍ଧାର୍ଥ ନିଜର କାହାଣୀକୁ ଅନୁଭବ କରନ୍ତି।

ଏକ ସାକ୍ଷାତକାରରେ ସିଦ୍ଧାର୍ଥ ଶୁକ୍ଲା କହିଛନ୍ତି, ମୋର ବ୍ୟକ୍ତିଗତ ଜୀବନର କାହାଣୀ ‘ବ୍ରୋକେନ ବଟ୍‌ ବିୟୁଟିଫୁଲ ୩’ର କାହାଣୀ ସହିତ ସମାନ। ଏହି ଧାରାବାହିକ ଅଗସ୍ତ୍ୟର ଚରିତ୍ର ପରି, ମୁଁ ମଧ୍ୟ ଘଟିଥିବା ପରିସ୍ଥିତିର ଶିକାର ହୋଇଛି। ବାସ୍ତବ ଜୀବନରେ ମଧ୍ୟ ହୃଦୟ ଭାଙ୍ଗିବା ଯନ୍ତ୍ରଣା ଭୋଗଛି। ତଥାପି, ଏଥିରୁ ଏକ ଶିକ୍ଷା ଗ୍ରହଣ କରି  ଏପରି ଭୁଲର ପୁନରାବୃତ୍ତି ନକରିବାକୁ ନିଷ୍ପତ୍ତି ନେଇଛି।

Share