କର୍ଲାମୁଣ୍ଡା,୧୯ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉତେଇ କେନାଲର ଡୁକେରମାଲ ଡିଷ୍ଟ୍ରିବୁଟାରୀ ଅନ୍ତର୍ଗତ ରାଜପୁର କେନାଲରେ ନିର୍ମାଣ ହୋଇଥିବା ସାଇଡ ଓ୍ବାଲ୍ର ଗୋଟିଏ ପଟର ପ୍ରାୟ ୨୦୦ ମିଟର ଯାଏ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲରେ ସାଇଡ ଓ୍ବାଲ, ଲାଇନିଂ କାମଗୁଡ଼ିକ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଓ ତଦାରଖ ଠିକ୍ ଭାବେ ହେଉ ନ ଥିବାରୁ କାର୍ଯ୍ୟଗୁଡ଼ିକର ସ୍ଥାୟିତ୍ୱ ରହୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି କାମ ଗତ ଦୁଇ ତିନି ବର୍ଷ ତଳେ ନିର୍ମାଣ ହୋଇଥିଲା l ଏହି ଉତେଇ କେନାଲ ଅଧୀନରେ ଥିବା ବ୍ରାହ୍ମଣୀମୁଣ୍ଡା ସବ ମାଇନର କେନାଲର ଗାର୍ଡଓ୍ବାଲ ୩୦ ମିଟର ଭାଙ୍ଗି ପଡ଼ିଥିବା ବେଳେ ଅତୀତରେ ରିଷିଡା ଓ ରିଞ୍ଜାର କେନାଲ ଗାର୍ଡଓ୍ବାଲଗୁଡିକ ଭାଙ୍ଗିପଡ଼ିଥିଲା l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।