ଭଙ୍ଗା ନଡ଼ାଛପର ଘରେ ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ

ରାଜକନିକା,୧୧।୧୨(ସଞ୍ଜୟ କୁମାର ଦାଶ): ସାଧାରଣ ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଯୋଜନା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ଗଁାର ସତ୍ୟବ୍ରତ ଜେନା (୪୩) ଭଙ୍ଗା ନଡ଼ା ଛପର ଘରେ ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ କଳାତିପାତ କରୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଟିଏ ପାଇବା ଲାଗି ବାରମ୍ବାର ଆବେଦନ କିରିଥିଲେ ମଧ୍ୟ ତାହା ତାଙ୍କୁ ମିଳୁନାହିଁ। ପାଖରେ ସମ୍ବଳ ନ ଥିବାରୁ ଘର ଛପର କରିପାରୁ ନ ଥିବା ବେଳେ ବେଳାଏ ଖାଇଲେ ଆଉ ବେଳାକୁ ଉପବାସ ରହିବାକୁ ପଡୁଛି।
ଦିନ ଥିଲା, ସତ୍ୟବ୍ରତଙ୍କ ପରିବାର ବେଶ୍‌ ହସଖୁସିରେ ଚାଲିଥିଲା। ସତ୍ୟବ୍ରତ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କୋଲ୍‌କାତାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୭ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ପରିବାରର ଭାଗ୍ୟ। ଦୁର୍ଘଟଣାରେ ଗୁରୁତର ହୋଇ କୋମାକୁ ଚାଲିଗଲେ ସତ୍ୟବ୍ରତ। ଯାହାକିଛି ଥିଲା ସବୁ ବିକିଭାଙ୍ଗି ପତ୍ନୀ ତାଙ୍କର ଚିକିତ୍ସା କରାଇଲେ। ଏବେ ସତ୍ୟବ୍ରତ ବିଛଣାରୁ କୌଣସି ପ୍ରକାର ଉଠୁଛନ୍ତି। ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ପରିବାର କହିଲେ ସ୍ତ୍ରୀ ଅନିତା, ଦୁଇ ବଢ଼ିଲା ଝିଅ ସହ ଓ ୧୦ ବର୍ଷର ପୁଅ। ରୋଜଗାର କହିଲେ ଶୂନ। ଦୁଇ ଝିଅ ଭଲ ପାଠ ପଢୁଥିଲେ ମଧ୍ୟ ବାଧକ ସାଜିଛି ଦାରିଦ୍ର୍ୟ। ୟାଠୁ ତା’ଠୁ ମାଗିଯାଚି ଦୁଇଝିଅଙ୍କୁ କଲେଜରେ ପାଠ ପଢ଼ାଉଛନ୍ତି। ସତ୍ୟବ୍ରତ ଭିନ୍ନକ୍ଷମ ହୋଇଯିବା ପରେ ଅନ୍ୟର ସାହାଯ୍ୟ ସହଯୋଗକୁ ଅପେକ୍ଷା କରିଛନ୍ତି ପୂରା ପରିବାର। କେବଳ ସତ୍ୟବ୍ରତ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଏହାବାଦ୍‌ ପରିବାରରେ ପାଞ୍ଚଜଣ କୁଟୁମ୍ବ ଥିଲେ ବି ଚାରିଜଣଙ୍କୁ ମିଳୁଛି ରାଶନ୍‌ ଚାଉଳ। ଅର୍ଥ ନ ଥିବାରୁ ବିଦ୍ୟାଳୟରୁ ପୁଅ ନାମ କାଟି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ରାଶନ ଗଣ୍ଡାକ ହିଁ ପରିବାର ପ୍ରତିପୋଷଣରେ ସାହାଭରସା ପାଲଟିଛି। ରହୁଥିବା ଘର ଅର୍ଥ ଅଭାବରୁ ଛପର ହୋଇପାରିନି। ଘର କାନ୍ଥ ଫାଟି ଆଁ କଲାଣି। ଏ ସମ୍ପର୍କରେ ବହୁବାର ପଞ୍ଚାୟତ, ବ୍ଲକ ପ୍ରଶାସନକୁ ଗୁହାରି କରିଥିଲେ ବି ଆଜିପର୍ଯ୍ୟନ୍ତ ସରକାରୀ ସ୍ତରରେ ଆବାସ ଯୋଜନାରେ ଘର ଖଣ୍ଟିଏ ମିଳିଲାନାହିଁ। ଥିଲାବାଲା ସରକାରୀ ଆବାସ ହାତେଇଥିବା ବେଳେ ସତ୍ୟବ୍ରତଙ୍କ ପାଇଁ ତାହା ସାତସପନ ହୋଇଥିବା ପତ୍ନୀ ଅନିତା କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସତ୍ୟବ୍ରତ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri