କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍‌ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍‌ ଭୁଶୁଡି ପଡିଛି। ତୋରଣ ତଳେ ବହୁ ଯାନବାହନ ଚାପି ହୋଇ ରହିଥିବା ଜଣାପଡିଛି। ଫଳରେ ବହୁ କ୍ଷୟକ୍ଷତି ଘଟିଛି।

କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଜାନବାହନଗୁଡିକ ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ଲାଗିଛନ୍ତି। ଅନ୍ୟପକ୍ଷେ ତୋରଣ ଭାଙ୍ଗି ପଡିବାରୁ ରାସ୍ତା ଅବରୋଧ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛି।

ଏପରିକି ଦୁଇଟି କ୍ରେନ୍‌ ସାହାର୍ଯ୍ୟରେ ଭାଙ୍ଗିଥିବା ତୋରଣକୁ ହଟାଯାଇ ଚାପି ହୋଇ ରହିଥିବା ଗାଡିଗୁଡିକୁ କଢ଼ାଯାଉଛି। ହେଲେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିବା ସୂଚନା ରହିଛି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ଏହି ୧୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦: ଶୁକ୍ରବାର ଓ ଶନିବାର ୧୪ ଜିଲାରେ ପ୍ରବଳ ବର୍ଷିବ। ତେବେ ବର୍ଷାକୁ ନେଇ ଏହି ୧୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି…

ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ...

ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି, ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ଏଡିଜି କହିଲେ…

ଭୁବନେଶ୍ୱର,୧୮ା୧୦: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେବା ବେଳେ...

ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।...

ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri