Categories: ଜାତୀୟ

ବନ୍ଦେ ଭାରତ ଟ୍ରେନରେ ଛୋଟ ପିଲା ଯାତ୍ରା କରିବା ନେଇ ଅସନ୍ତୋଷ ଝାଡିଲେ ରେଳ ଅଧିକାରୀ, ଏକ୍ସରେ ଜାରି କଲେ ଫଟୋ

ଚେନ୍ନାଇ,୨୩।୧୧: ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ଯାତ୍ରା ସେବା ସବୁ ଯାତ୍ରୀ ଉପଭୋଗ କରୁଛନ୍ତି। କିନ୍ତୁ ଯାତ୍ରା ଅନ୍ତରାଳରେ ରେଳ ସମ୍ପତ୍ତିକୁ ମଧ୍ୟ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ନିକଟରେ ସୋସିଆଲ ମିଡିଆରେ କିଛି ଛୋଟ ପିଲାଙ୍କର ଫଟୋ ଜାରି କରାଯାଇଛି। ରେଲଓ୍ବେର ଜଣେ ବଡ ଅଧିକାରୀ ଏହି ଫଟୋ ଭାଇରାଲ କରି ରେଳ ସମ୍ପତ୍ତି ନଷ୍ଟ କରାଯାଉଥିବା ନେଇ କହିଛନ୍ତି।

ଅଧିକାରୀ ଜଣକ ହେଉଛନ୍ତି, ଚେନ୍ନାଇର ଏଡିଆରଏମ ପଦରେ ଥିବା ଆଇଆରଏଏସ ଅଧିକାରୀ ଅନନ୍ତ ରୁପନଗୁଡି। ରେଳଗାଡିରେ ସ୍ନାକ୍ସ ଟ୍ରେ ଭାଙ୍ଗି ଥିବାରୁ ସେ ଛୋଟ ପିଲାଙ୍କୁ ଦାୟୀ କରିଛନ୍ତି। ଫଟୋ ପୋଷ୍ଟ କରିବା ପରେ ବହୁ ୟୁଜର୍ସ ତାଙ୍କୁ ସମର୍ଥନ କରିଛନ୍ତି। ଏପରି ଟ୍ରେନରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲାଙ୍କ ବାଇଁ ଅଲଗା ସିଟ୍‌ ବ୍ୟବସ୍ଥା କରିବାକୁ ୟୁଜର୍ସ ଦାବି କରିଛନ୍ତି।

Share